ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍‌ ଅଫ୍‌ ତାଲିକା, ସର୍ବାଧିକ କେଉଁ କଲେଜ ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍‌ ଅଫ୍‌ ତାଲିକା। ଯୁକ୍ତ ୨କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ ୮୩.୫୦ ପ୍ରତିଶତ କଟ୍‌ ଅଫ ମାର୍କ ସହ ଆଗରେ ରହିଛି। ୮୩.୩୩ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ଓ ୮୩.୧୭ ପ୍ରତିଶତ କଟ୍‌ ଅଫ୍‌ ମାର୍କ କଟକ ନରସିଂହପୁର ହାଇଅର ସେକେଣ୍ଡାରୀ ସ୍କୁଲ ତୃତୀୟ ସ୍ଥାନରେ ରହିଛି। ବିଜ୍ଞାନ ବିଭାଗରେ ୯୪.୩୩ ପ୍ରତିଶତ ସର୍ବାଧିକ କଟ୍‌ ଅଫ୍‌ ମାର୍କ ସହ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ୯୩.୨୦ ପ୍ରତିଶତ କଟ୍‌ ଅଫ ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର ଦ୍ୱିତୀୟରେ ଓ ୯୩ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି।

ସେହିପରି ଯୁକ୍ତ ୨ ବାଣିଜ୍ୟରେ ୮୪.୧୭ପ୍ରତିଶତ ସର୍ବାଧିକ କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ୮୦.୬୭ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ରାଉରକେଲା ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟ ଓ ୭୯.୮୩ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ତୃତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ଯୁକ୍ତ୨ରେ ନାମଲେଖାଇବା ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୮୦ହଜାର ୭୦୪ ଛାତ୍ରଛାତ୍ରୀ। ୪ଲକ୍ଷ ୪ହଜାର ୪୦୦ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୨ଲକ୍ଷ ୪୯ହଜାର ୭୧୩ ଜଣ ଇଣ୍ଟିମେସନ ପାଇଥିବା ବେଳେ ବିଜ୍ଞାନରେ ଏକଲକ୍ଷ ୧୭ହଜାର ୬୫୩ ଜଣ ଇଣ୍ଟିମେସନ ପାଇଛନ୍ତି। ବାଣିଜ୍ୟରେ ୪୫ହଜାର ୩୩୨ ଜଣ ଇଣ୍ଟିମେସନ ପାଇଛନ୍ତି। ଆସନ୍ତା ୧୯ତାରିଖରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା। ସକାଳ ୯ରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ହେବ ନାମଲେଖା। ୨୫ ତାରିଖଯାଏ ଚାଲିବ ନାମଲେଖା। କିନ୍ତୁ ବର୍ତ୍ତମାନର ବନ୍ୟାସ୍ଥିତିକୁ ଦେଖି ବଢ଼ିପାରେ ସମୟସୀମା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.