ପୁଣି ଦୁର୍ଘଟଣା ନେଲା ଜୀବନ: କୋରାପୁଟ କାକିରିଗୁମ୍ମା ଠାରେ ହାଇୱା ଓ ବାଇକ୍ ଧକ୍କାରେ ୨ମୃତ

କୋରାପୁଟ(କେନ୍ୟୁଜ୍): କୋରାପୁଟ-ରାୟଗଡ ୩୨୬ ନଂ ଜାତୀୟ ରାଜପଥରେ ବଡୁଛି ସଡକ ଦୁର୍ଘଟଣା । କୋଡିଙ୍ଗାମାଳି ଖଣିରୁ କାକିରିଗୁମା ରେଳଷ୍ଟେସନସ୍ଥ ଡମ୍ପିଂ ସ୍ଥାନକୁ ଶହ ଶହ ଟିପର ଓ ହାଇୱ୍ବା ଯୋଗେ ବକସାଇଟ ପରିବହନ କରାଯାଉଥିବାରୁ ଟ୍ରାଫିକ ଭିଡ ରହୁଛି । ସାମାନ୍ୟ ଅସାବଧନତା ଘଟିଲେ ଦୁର୍ଘଟଣା ଘଟି ଲୋକେ ମରୁଛନ୍ତି ।

ଗତକାଲି କାକିରିଗୁମ୍ମା ଠାରେ ଏଭଳି ଏକ ସଡକ ଦୁର୍ଘଟଣା ଘଟିଥିଲା । ହାଇୱା ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ବାଇକରେ ବସିଥିବା ୨ ଜଣକର ମୃତ୍ୟୁ ଘଟିଛି ।ଅନ୍ଯ ଜଣେ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ କୋରାପୁଟ ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ତେବେ ମୃତକ ହେଲେ ଲକ୍ଷ୍ମୀପୁର ଥାନା ଡୋଳିଆମ୍ବ ଗ୍ରାମର ରାକେଶ ଗରଡା ଓ ଯଦୁମଣି ମହାନ ନ୍ଦିଆ । ଆହତ ଜଣକ ହେଲେ ସୁନିଲ ଗରଡିଆ ।

ସୂଚନା ଅନୁଯାୟୀ ଲକ୍ଷ୍ମୀପୁର କୋଡିଙ୍ଗାମାଳିରୁ ବକ୍ସାଇଟ ନେଇ କାକିରିଗୁମ୍ମା ରେଳ ଷ୍ଟେସନର ଡମ୍ପିଂ ସ୍ଥାନକୁ ଯାଉଥିଲା ହାଇୱା । ଏହି ସମୟରେ ଲକ୍ଷ୍ମୀପୁର ବ୍ଲକ ଡୋଳିଆମ୍ବା ଗାଁର ୩ ଜଣ ଯୁବକ ଦେଓମାଳି ପାହାଡ ବୁଲି ଫେରୁଥିବା ବେଳେ ଉକ୍ତ ହାଇୱା ସହ ଧକ୍କା ହୋଇଥିଲା। ବାଇକ ଚାଳକ ସହ ବାଇକରେ ବସିଥିବା ସମସ୍ତେ ହାଇୱ୍ବାର ଚକାତଳେ ପଡିଯାଇଥିଲେ । ଗୁରୁତର ଆହତ ମାନଙ୍କୁ ସଙ୍ଗେସଙ୍ଗେ କାକିରିଗୁମା ଡାକ୍ତରଖାନା ରେ ଭର୍ତି କରାଯିବା ପରେ ସେମାନଙ୍କୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ହେଲେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.