ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି , ୨ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି । ୨ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ଓ ଟି.ଆଇ ମଞ୍ଜୁର କରିଛନ୍ତି । ବଦ୍ଧିତ ଦୁଇ ପ୍ରତିଶତ ଭତ୍ତା ଫଳରେ ମୋଟ ମହଙ୍ଗା ଭତ୍ତା ୯ ପ୍ରତିଶତରେ ପହଞ୍ଚିଛି । ୨୦୧୮ ମସିହା ଜୁଲାଇ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ସେହିପରି ଓ୍ଵର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.