ବଡ଼ ଧରଣର ଅଘଟଣରୁ ବର୍ତ୍ତିଲେ BSF ଯବାନ ଓ ପୋଲିସ୍, ୨ଟି ଶକ୍ତିଶାଳୀ ଟିଫିନ୍‌ ବୋମାକୁ କରାଗଲା ନିଷ୍କ୍ରିୟ

କୋରାପୁଟ(କେନ୍ୟୁଜ୍): ଅଳ୍ପକେ ବର୍ତ୍ତିଲେ ଯବାନ, ୨ଟି ଟିଫିନ୍‌ ବୋମା ନିଷ୍କ୍ରିୟ । ବଡ଼ ଧରଣର ଅଘଟଣରୁ ବର୍ତ୍ତିଲେ BSF ଯବାନ ଓ ପୋଲିସ । ୨ଟି ଶକ୍ତିଶାଳୀ ଟିଫିନ୍‌ ବୋମାକୁ ନିଷ୍କ୍ରିୟ କରିଛନ୍ତି ଡିଭିଏଫ ଓ ଦଣ୍ଡାବାଡ଼ି BSF ଯବାନ ।

କୋରାପୁଟ ଦଣ୍ଡାବାଡ଼ି BSF କ୍ୟାମ୍ପ ନିକଟ ଡୁମୁରିପଦର ରାସ୍ତା ପୋଲତଳେ ଟିଫିନ୍‌ ବୋମା ଖଞ୍ଜିଥିଲେ ମାଓବାଦି । କମ୍ବିଂ ଅପରେସନ୍‌ ପାଇଁ ଯାଉଥିବା ପୋଲିସ ଓ BSF ଯବାନଙ୍କୁ ଟାର୍ଗେଟ କରିଥିଲେ ମାଓବାଦୀ । ବିଏସଏଫ କ୍ୟାମ୍ପ ଆସିଷ୍ଟଣ୍ଡ କମାଣ୍ଡେଣ୍ଟ ରାକଶେ କୁମାର ଓ ଡିଭିଏଫର ଆସିଷ୍ଟାଣ୍ଡ ନାରାୟଣ ରାଉତଙ୍କ ନେତୃତ୍ୱରେ ବୋମା ନିଷ୍କ୍ରିୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.