୨୨ ଦିନର ଆନ୍ଦୋଳନରେ ଦାବି ପୂରଣ ନ ହେବାରୁ ଆଜିଠୁ ସବୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ୍) : ଲୋୟର ପିଏମଜିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଦାବି ପୂରଣ ହୋଇ ନଥିବାରୁ ଆଜିଠୁ ସବୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ସଂଘ ।  ଆସନ୍ତାକାଲିଠୁ ସବୁ ବିଧାୟକଙ୍କ ସରକାରୀ ବାସଭବନ ସାମନାରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି । ପୂର୍ଣ୍ଣ ଅନୁଦାନ ପ୍ରଦାନ ସହ ଚାକିରୀ ସର୍ତ୍ତାବଳୀ ଲାଗୁ, ସପ୍ତମ ବେତନ କମିସନ ସୁପାରିସ ଲାଗୁ, ବକେୟା ଦରମା ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଛି ସ୍କୁଲ କଲେଜ ମିଳିତ ମଞ୍ଚ । ସେମାନଙ୍କ ଆନ୍ଦୋଳନ ଆଜି ୨୨ ଦିନରେ ପହଞ୍ଚିଛି । ହେଲେ ଏଯାଏଁ ଦାବି ପୂରଣ ହୋଇନାହିଁ । ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.