୩ ଜଣ କାର୍ ଲୁଟେରାଙ୍କୁ ଗିରଫ କଲା ବୁଗୁଡ଼ା ଥାନା ପୋଲିସ୍: ମାଉଜର୍, ଗୁଳି, ଧାରୁଆ ଅସ୍ତ୍ର ଓ ମୋବାଇଲ ଜବତ

ଭଞ୍ଜନଗର(କେନ୍ୟୁଜ୍): ୩ ଜଣ କାର୍ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ମାଉଜର୍, ୩ ଜୀବନ୍ତ ଗୁଳି , ଧାରୁଆ ଅସ୍ତ୍ର ଓ ମୋବାଇଲ ଜବତ କରିଛି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ପୋଲିସ । ଲୁଟେରାଙ୍କ ଦ୍ଵାରା ଲୁଟ୍ ହୋଇଥିବା କାର୍ କୁ ମଧ୍ୟ ଜବତ କରାଯାଇଛି ।

ଗତ ୧୦ ତାରିଖରେ ଘଟିଥିଲା ଏହି ଘଟଣା । ନୟାଗଡରୁ କାର୍ ଭଡ଼ା ନେଇ , ଯାତ୍ରୀ ଭାବରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ ୪ ଜଣ । ରାସ୍ତାରେ କରଚୁଲି ଗାଁ ନିକଟରେ, ଡ୍ରାଇଭରକୁ ମାଉଜର୍ ଦେଖାଇ, ସଂପୃକ୍ତ କାର୍ କୁ ଲୁଟି ନେଇଥିଲେ ଦୁର୍ବୃତ୍ତ ମାନେ। ପରେ କରଚୁଲି ଗାଁ ନିକଟରେ ବୁଗୁଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ଦେଖି, ଦୁର୍ବୃତ୍ତ ମାନେ କାର୍ ଛାଡି ଚମ୍ପଟ ମାରିଥିଲେ ।

ପରେ ଘଟଣା ସଂକ୍ରାନ୍ତରେ ଚଢ଼ାଉ କରି ନିକଟସ୍ଥ ଜଙ୍ଗଲରୁ ୩ ଲୁଟେରାଙ୍କୁ ଗିରଫ କରିଥିଲା ବୁଗୁଡ଼ା ଥାନା ପୋଲିସ । ଗିରଫଙ୍କ ମଧ୍ଯରେ ୨ଜଣ ଗଂଜାମ ର ଓ ଜଣେ ଲୁଟେରା କନ୍ଧମାଳର ବୋଲି ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.