ମୟୂରଭଞ୍ଜ(କେନ୍ୟୁଜ୍): ବଜ୍ରପାତ ନେଲା ୩ ଜୀବନ । ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାଇରାଙ୍ଗପୁର ଉପଖଣ୍ଡରେ ଅଭାବନୀୟ ଘଟଣା । ବହଳଦା ଥାନା ମିନଡିହି ଗାଁରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ୩ ଜଣ ମହିଳା ପୋଖରୀରୁ ଗାଧୋଇ ଘରକୁ ଫରୁଥିବା ବେଳେ ଅଚାନକ ବର୍ଷା ହୋଇଥିଲା।
ଫଳରେ ଘରକୁ ନ ଫେରି ପାରି ଏକ ଗଛ ମୂଳରେ ଛିଡା ହୋଇଥିଲେ। କିନ୍ତୁ ବଜ୍ରାଘାତ ହେବାରୁ ରାଣୀ ମୁଣ୍ଡା ଏବଂ ଜଣେ ୭ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ଝିଅ ଲେଚେ ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବହଳଦା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେପଟେ ସେହିଭଳି ଗାଈ ଚରାଉଥିବା ବେଳେ ତିରିଂ ଥାନା ବାରୁଡିହିି ଗାଁର ଶ୍ୟାମ ଚରଣ ପୂର୍ତ୍ତିଙ୍କର ମୃତ୍ୟୁ ହୋଇଛି । ବହଳଦା ଥାନା ଓ ତିରିଂ ଥାନା ପକ୍ଷରୁ ୨ ଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।