ବ୍ରହ୍ମପୁର ଆପୋଲୋ କ୍ଲିନିକ୍‌ କୋଠାକୁ ଜାଲ୍‌ ଲିଜ୍‌ ଏଗ୍ରିମେଣ୍ଟ କରି ଠକିବା ପଡିଲା ମହଙ୍ଗା, ୩ଜଣଙ୍କୁ ବାନ୍ଧିଲା ବୈଦ୍ୟନାଥପୁର ଥାନା ପୋଲିସ୍

ବ୍ରହ୍ମପୁର (କେନ୍ୟୁଜ୍): ବ୍ରହ୍ମପୁର ଆପୋଲୋ କ୍ଲିନିକ୍‌ କୋଠାକୁ ଜାଲ୍‌ ଲିଜ୍‌ ଏଗ୍ରିମେଣ୍ଟ କରି ଡାକ୍ତର ରମେଶ ଚନ୍ଦ୍ର ବାରତା ନାମକ ଜଣେ ବ୍ୟକ୍ତିଙ୍କୁ ଠକିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ଗିରଫ ତିନି ଅଭିଯୁକ୍ତ ହେଲେ ଓମ୍‌ ଆରୋଗ୍ୟ ହସପିଟାଲ ପ୍ରାଇଭେଟ୍‌ ଲିମିଟେଡର ନିର୍ଦ୍ଦେଶିକା ନିଶି ପ୍ରିୟଦର୍ଶନୀ, ସ୍ପେସିମେନ୍‌ ହୋଲ୍ଟିଂସ୍‌ ଲିମିଟେଡର ପରିଚାଳକ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାନ୍ତି ଓ ବେଲଗୁଣ୍ଠା କଂସାରୀ ସାହିର ବଦ୍ରିନାରାୟଣ ପାତ୍ର । ଗତ ଜୁନ ୧୨ତାରିଖରେ ଡାକ୍ତର ରମେଶ ଚନ୍ଦ୍ର ବାରତା ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ଯେ ସେ ଆପୋଲୋ କ୍ଲିନକ୍‌ ସ୍କେସିମେନ ହୋଲଡିଂ ଲିମିଟେଡ୍‌ ନାମକ ଏକ କମ୍ପାନୀରୁ କିଣିବା ପରେ ତାଙ୍କୁ ସେଠାରେ ଅନୁମତି ଦିଆଯାଉନାହିଁ । ତାଙ୍କୁ ଠକି ଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ ।

ଏନେଇ ପୋଲିସ ତଦନ୍ତ କରିବା ପରେ ଏଗ୍ରୀମେଣ୍ଟ କରି ଏହି କୋଠାକୁ ବିକ୍ରୀ କରିଥିଲେ । ଏହି କୋଠାକୁ କିଣିବା ଲାଗି ଡାକ୍ତର ଜଣକ ୫ କୋଟି ଟଙ୍କା ଋଣ ମଧ୍ୟ କରିଥିଲେ । ପରେ ଡାକ୍ତକ ବାରତାଙ୍କୁ କମ୍ପାନୀର ଲୋକେ ଜବରଦସ୍ତି କରି ଜଣେ ବ୍ୟକ୍ତିଙ୍କ ସହିତ କମ୍ପାନୀ କରିବେ ତାହାଲେ ବିକ୍ରୀ କରିବେ ବୋଲି କହିଥିଲେ । ପରେ ନିଶି ପ୍ରିୟଦର୍ଶୀ ସହ ଏକ ଜଏଣ୍ଟ କମ୍ପାନୀ କରି କିଣିଥିଲେ । କିଣିବାର ଗୋଟିଏ ଦିନ ପରେ ପୁଣି ଏକ କମ୍‌ ଦରରେ ଲିଜ୍‌ ଏଗ୍ରିମେଣ୍ଟ କରିଥିଲେ । ପରେ ଏହାକୁ ଜୋର ଜବରଦସ୍ତି ନିଜ ଅକ୍ତିଆରକୁ ନେବା ପାଇଁ ଉଦ୍ୟମ କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣା ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.