ପୋଖରୀରୁ ୩ ନବଜାତ ଶିଶୁଙ୍କ ମୃତଦେହ ଠାବ

ଢେଙ୍କାନାଳ(କେନ୍ୟୁଜ): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ତିନି ଗୋଟି ନବଜାତକ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି ।

ମୃତ ଶିଶୁ ଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ଏହା ସନ୍ଦେହ ଘେରରେ। ଏକକାଳୀନ ୩ଟି ନବଜାତକଙ୍କ ମୃତଦେହକୁ ଦେଖି ଗ୍ରାମବାସୀ ଭୟଭିତ । ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ହୋଇଥିବାବେଳେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳରୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.