ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ନେଲା ତିନି ଜଣଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ): ଭିନ୍ନ ଭିନ୍ନ ସ୍ଥାନରେ ବିଜୁଳି ନେଲା ତିନି ଜଣଙ୍କ ଜୀବନ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ରଙ୍ଗାମେରୁ ଗାଁ ନିକଟରେ ପୁଷ୍ପିତା ପ୍ରଧାନ ନାମକ ମହିଳା ବଜ୍ରପାତର ଶୀକାର ହୋଇଛନ୍ତି । ଧାନ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିଲ । ସେଠାରେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏପଟେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଚଣ୍ତିପୁର ଗାଁରେ ମିନତୀ ମୁଖି ଅପରାହ୍ନରେ ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ହଠାତ ବଜ୍ରାଘାତ ପରେ ତଳେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା । ସେତେବେଳେ ତାଙ୍କ ପ୍ରାୟବାୟୁ ଉଡିଯାଇଥିଲା । ସେହିପରି ଭଦ୍ରକ ଚାନ୍ଦବାଲି ମୌସୁଧା ପଞ୍ଚାୟତ ଗଉଡୁଣୀ ପୋଖରେ ଗାଁରେ ବଜ୍ରପାତରେ ଜଣଙ୍କ ମୃତୁ ହୋଇଛି । ମୃତକ ହେଲେ ବସନ୍ତ ରଉତ । ଚାଷକାମ ସାରି ଫେରୁଥିବା ବେଳେ ବାଟରେ ବଜ୍ରାଘାତରେ ତାଙ୍କ ଜୀବନ ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.