ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ବର: କମିଶନରେଟ୍‌ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କ ଠାରୁ ଲୁଟୁଥିବା ୩ ଜଣଙ୍କୁ ଗିରଫ କଲା ପୋଲିସ । ଗତ ମାସ ୨୫ ତାରିଖରେ ସୁଲୋଚନା ପତି ଓ ତାଙ୍କ ସ୍ୱାମୀ ଭୁବନେଶ୍ୱର ଫେରୁଥିବା ବେଳେ ଭିଙ୍ଗାରପୁର ଛକ ନିକଟରେ ଲୁଟ୍‌ ହୋଇଥିଲା ।

ତିନି ଜଣ ଲୁଟେରା ଏକ କଳାରଙ୍ଗର ବାଇକ୍‌ରେ ଆସି ଅଟକାଇଥଲେ । ତାଙ୍କୁଠାରୁ ଜବରଦସ୍ତ ଗାଡିର ଚାବି ଛଡାଇ ନେଇଥିଲେ । ସୁନା ଚେନ୍‌ ଓ ଲକେଟ୍‌ ଲୁଟ୍‌ କରିବା ସହ ମହିଳାଙ୍କ ଭ୍ୟାନିଟ୍‌ରେ ଥିବା କିଛି କାଗଜପତ୍ର, ଟଙ୍କା ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଛଡାଇ ନେଇଥିଲେ । ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ୧୦ ଗ୍ରାମର ସୁନା ଚେନ୍‌, ୫ ଗ୍ରାମର ସୁନା ଲକେଟ୍‌, ମୋବାଇଲ୍‌ ଫୋନ୍‌ ଓ ଟଙ୍କା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.