ଖୋଲିଲା ହୀରାକୁଦର ୩୬ଟି ଗେଟ, ଅଳ୍ପ ସମୟରେ ଖୋଲିବ ଆଉ ୪ଟି

ସମ୍ବଲପୁର (କେନ୍ୟୁଜ): ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଆଜି ଖୋଲିଲା ଆଉ ୧୦ଟି ଗେଟ୍‌ । ଏବେ ମୋଟ୍‌ ୩୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଖୁବଶୀଘ୍ର ଆଉ ୪ଟି ଗେଟ୍‌ ଖୋଲିବ । ରାତି ୯ଟା ସୁଦ୍ଧା ମୋଟ୍‌ ୪୦ଟି ଗେଟ୍‌ ଦେଇ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ବନ୍ୟା ପାଣି । ଡ୍ୟାମର ଜଳସ୍ତର ବଢୁଥିବାରୁ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୬.୫୮ ଫୁଟ୍‌ । ପ୍ରତି ସେକେଣ୍ଡରେ ଜଳବଣ୍ଡାରକୁ ପ୍ରବେଶ କରୁଛି ୭ ଲକ୍ଷ ୭୦ ହଜାର ୩୯୭ କ୍ୟୁସେକ୍‌ ବନ୍ୟା ପାଣି । ପ୍ରତି ସେକେଣ୍ଡରେ ୩୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ୪ ଲକ୍ଷ ୫୨ ହଜାର ୭୪୪ କ୍ୟୁସେକ ବନ୍ୟା ପାଣି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.