ଶପଥ ନେଲେ ରାଜ୍ୟସଭାକୁ ମନୋନୀତ ୪ ସାଂସଦ !

ଭୁବନେଶ୍ବର : ଶପଥ ନେଲେ ରାଜ୍ୟସଭାକୁ ମନୋନୀତ ବ୍ୟକ୍ତି । ଓଡ଼ିଶାରୁ ମନୋନୀତ ହୋଇଥିବା ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସୋନାଲ ମାନସିଂ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କ ଉପସ୍ଥିତିରେ ସେମାନେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ରଘୁନାଥ ଓ ସୋନାଲ ମାନସିଂଙ୍କ ଶପଥ ଗ୍ରହଣ ପରେ ରାଜ୍ୟସଭାରେ ଓଡ଼ିଆ ସଦସ୍ୟଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଓଡ଼ିଶାର ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ରାକେଶ ସିହ୍ନା ଓ କୃଷକ ନେତା ରାମ ସକଲଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ । ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ଅଭିନେତ୍ରୀ ରେଖା, ଶିଳ୍ପପତି ତଥା ସମାଜସେବୀ ଅନୁ ଆଗା ଓ ପରାଶରନଙ୍କ ସ୍ଥାନରେ ଏମାନଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.