ବାଟବଣା ହେଲେ ପ୍ରବାସୀ ଶ୍ରମିକ, ବାଲେଶ୍ୱରରେ ବୁଲୁଛନ୍ତି ବାହାର ରାଜ୍ୟର ୪୦ ଜଣ ଶ୍ରମିକ

ବାଲେଶ୍ୱର (କେ.ନ୍ୟୁଜ): ସହର ଭିତରେ ବାଟବଣା ହୋଇଗଲେ ଶ୍ରମିକ। ଶ୍ରମିକମାନଙ୍କ ଏଣେତେଣେ ବୁଲିବା ଦେଖି ବାଲେଶ୍ବର ସହରବାସୀ ଭୟଭୀତ। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଦିନ ସାଢ଼େ ୧୨ଟା ବେଳେ। ସମସ୍ତ ଶ୍ରମିକ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି।

balasore2

ଏମାନେ ଦୀର୍ଘ ଦିନ ହେବ ବିଶାଖାପାଟଣାରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଲକଡାଉନ୍ ପରେ ସେମାନେ ସେଠାରେ ଫସିଯାଇଥିଲେ। ପରେ ଏକ ଟ୍ରକ୍ ଭଡ଼ା କରି ଆନ୍ଧ୍ର ଓଡିଶା ବର୍ଡରରୁ ସମସ୍ତ ଶ୍ରମିକ ଆସିଥିବା ବେଳେ ଟ୍ରକ୍ ଡ୍ରାଇଭର ସେମାନଙ୍କୁ ଲକ୍ଷ୍ମଣ ନାଥ ଗେଟରେ ଛାଡ଼ିବା ବଦଳରେ ବାଲେଶ୍ବର ସହର ରେ ଛାଡ଼ି ଦେଇଥିଲା । ଫଳରେ ବାଲେଶ୍ବର ସହର ରେ ୩୦ ରୁ ୪୦ ଜଣ ବାହାର ରାଜ୍ୟର ଶ୍ରମିକ ବାଟବଣା ହୋଇ ଏଣେ ତେଣେ ବୁଲୁଥିଲେ। ସେମାନଙ୍କୁ ଦେଖି ସ୍ଥାନୀୟ ଲୋକ ଭୟ ପ୍ରକାଶ କରି ଶେଷରେ ପୋଲିସଙ୍କୁ ଖବର ଦେବା ପରେ ସହଦେବ ଖୁଣ୍ଟା ଥାନା ପୋଲିସ ସେମାନଙ୍କୁ ଷ୍ଟେସନ ନିକଟରେ ଛାଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.