ସୁରତରୁ ବସ୍‌ ଯୋଗେ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି ୫୬ ଶ୍ରମିକ

ଭଦ୍ରକ: ସୁରତରୁ ବସ୍‌ ଯୋଗେ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି ୫୬ ଶ୍ରମିକ। ଲକ୍‌ଡାଉନ୍‌ ଯୋଗୁ ଓଡିଶା ବାହାରେ ଫସି ରହିଥିବା ଶ୍ରମିକମାନେ ଓଡିଶା ମୁହାଁ ହୋଇଛନ୍ତି। ସୁରତରୁ ଏକ ବସ୍‌ ଯୋଗେ ଓଡିଶାକୁ ବାହାରିଛନ୍ତି ୫୬ଜଣ ଶ୍ରମିକ। ଗତକାଲି ରାତିରେ ଏକ ବସ ଭଡ଼ା କରି ୫୬ଜଣ ଶ୍ରମିକ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୬ଜଣଙ୍କ ଭିତରୁ ୪୫ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୧୧ଜଣ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି। ଭଦ୍ରକ ଜିଲ୍ଲାର ୪୫ଜଣ ଶ୍ରମିକ ଚାନ୍ଦବାଲି, ତିହିଡ଼ି, ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରୁ ବୋଲି ଜଣାପଡିଛି। ସେମାନେ ଆସନ୍ତାକାଲି ରାତିରେ ଭଦ୍ରକରେ ପହଞ୍ଚିବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.