କଟକ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍, SCB ମେଡିକାଲ ସଂପ୍ରସାରଣ କାର୍ଯ୍ୟ କଲେ ତଦାରଖ

କଟକ (କେନ୍ୟୁଜ): SCB ଓ ତାଳଦଣ୍ଡା କେନାଲ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ । କଟକ ଗସ୍ତ କରି SCB ଓ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ। ଏଥିସହ ଛତ୍ରବଜାର ଭେଣ୍ଡିଙ୍ଗ ଜୋନ୍‌ ଓ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନର ସମୀକ୍ଷା କରିଛନ୍ତି । ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ ସାରିବାକୁ ତାଗିଦ୍‌ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ scb ବଡ଼ ମେଡ଼ିକାଲକୁ ଏମ୍ସ ପ୍ଲସ କରିବା ପାଇଁ ସମସ୍ତ କାର୍ଯ୍ୟ ଜୋରସୋର ଜାରି ରହିଛି ।

ଏହି ଅବସରରେ 5T ସଚିବ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ଏହି ଗସ୍ତ ବେଳେ ପୂର୍ତ୍ତ ସଚିବ ବିଶାଲ ଦେବ, କଟକ ଜିଲ୍ଲାପାଳ ଓ ଡିସିପି, CDAର ଚେୟାରମ୍ୟାନ, CMC କମିଶନର ଓ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.