ପୁଣି ରାଜ୍ୟରେ ଡେଙ୍ଗୁ ଆତଙ୍କ: ୬ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

scbକଟକ: ଏସ୍‌ସିବି ମେଡିକାଲରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଆଉ ୬ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୬ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୬ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ କଟକରେ ୩, ଭଦ୍ରକରେ ୨ ଓ ଜଗତସିଂହପୁରର ଜଣେ ଅଛନ୍ତି।

ଆଇସିଉରେ ଜଣେ ଓ ସାଧାରଣ ୱାର୍ଡରେ ୧୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେପଟେ ଡେଙ୍ଗୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଛନ୍ତି ଜିଲ୍ଳାପାଳ, ଉପଜିଲ୍ଲାପାଳ, ସିଏମସି ସ୍ୱାସ୍ଥ୍ୟ ଅଧ୍ୟକ୍ଷ ଓ ସୁପରିଟେଣ୍ଡେଣ୍ଟ। ବେଡ଼ ସଂଖ୍ୟା ବୃଦ୍ଧି, ରକ୍ତ ପରୀକ୍ଷା ସହ କିପରି ଡେଙ୍ଗୁ ସହ ଲଢେଇ କରି ହେବ ସେ ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.