କି ଯୁଗ ହେଲା: ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲା ୧୬ ବର୍ଷର ନାବାଳକ

କରଞ୍ଜିଆ(କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଲଜ୍ଜା। ଗତକାଲି କରଞ୍ଜିଆ ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୧୬ ବର୍ଷୀୟ ନାବାଳକ, ଏକ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏକ ଟଙ୍କା ଲୋଭ ଦେଖାଇ ଅନ୍ୟ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିବା କୁହାଯାଉଛି ।

ଘର ଲୋକ ଆସିଲା ପରେ ଏକଥା ଜଣାପଡିଥିଲା । ନାବାଳିକାର ମା କରଞ୍ଜିଆ ଥାନାରେ ଏନେଇ ଲିଖିତ ଅଭିଯୋଗ କରିବାପରେ ମାମଲା ରୁଜୁ ହେବା ସହିତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ଆଜି ନାବାଳକାକୁ କୋର୍ଟ ଚାଲାଣ କରାଯିବ ବୋଲି କରଞ୍ଜିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.