ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ସରବାହାଲ ବାଇପାସ୍ ଦୁର୍ଘଟଣା, ୭ ଭୂଷଣ କର୍ମଚାରୀଙ୍କ ମୃତ୍ୟୁ, ୧୩ରୁ ଅଧିକ ଗୁରୁତର

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ସରବାହାଲ ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଇଲା ବୋଝେଇ ହାଇଓ୍ଵା ଧକ୍କାରେ ଦୁର୍ଘଟଣାରେ ୭ ଜଣ ଭୂଷଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୧୩ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି ।

ଗତକାଲି ଭୂଷଣ କମ୍ପାନୀର ଦିନର ଦ୍ୱିତୀୟ ସିଫ୍ଟ କାମ ସରିବା ପରେ ପ୍ରାୟ ୩୫ ଜଣ କର୍ମଚାରୀଙ୍କୁ ନେଇ କମ୍ପାନୀର ୧୫ ନମ୍ପର ଗାଡି ବେହେରାମାଲ ଅଭିମୁଖେ ଯାଉଥିଲା । ବସଟି ସହରବାଲ ବାଇପାସ ଅତିକ୍ରମ କରିବା ବେଳେ ପାଓ୍ଵାର ହାଉସ ଛକ ନିଟକ ନିଖିଲ ଢାବା ସମ୍ପୁଖରେ ବିପରିତ ଦିଗରୁ ଭୁଲ ରାସ୍ତାରେ ଆସି ଏକ କୋଇଲା ବୋଝେଇ ହାଇଓ୍ଵା ବସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ୪ଟି ଆମ୍ବୁଲାନ୍ସରେ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.