ବିଏମସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ: ପ୍ରତି କମିଟିରେ ୭ ଜଣ ଥିବାବେଳେ କଣ୍ଟ୍ରାକ୍ଟସ କମିଟିରେ ମେୟର ଓ କମିଶନର ଅଛନ୍ତି

ଭୁବନେଶ୍ବର(କେନ୍ୟୁଜ୍):  ବିଏମସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । କମିଟିରେ ବିଏମସିର ସମସ୍ତ ୬୭ ଜଣ କର୍ପୋରେଟରଙ୍କ ସହ ମେୟର ଓ କମିଶନର ସଦସ୍ୟ ରହିଛନ୍ତି । ପ୍ରତି କମିଟିରେ ୭ ଜଣ ଥିବାବେଳେ କଣ୍ଟ୍ରାକ୍ଟସ କମିଟିରେ ମେୟର ଓ କମିଶନର ରହିଛନ୍ତି । ନିଜ ନିଜ କମିଟିର ସଦସ୍ୟଙ୍କ ଦ୍ୱାରା ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ।

standing comitee 2

ବିଏମ୍‌ସିରେ ମୋଟ ୧୦ଟି କମିଟି ଥିବାବେଳେ ନିଜେ ମେୟର କଣ୍ଟ୍ରାକ୍ଟ କମିଟିର ଅଧ୍ୟକ୍ଷ ଅଛନ୍ତି । ଅବଶିଷ୍ଟ ୯ଟି କମିଟିର ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ମୋଟ ୧୦ଟି କମିଟିର ଅଧ୍ୟକ୍ଷଙ୍କ ମଧ୍ୟରୁ ମେୟରଙ୍କ ସମେତ ୪ଜଣ ମହିଳା ଅଛନ୍ତି । ଆଗକୁ ମୌସୁମୀ ଥିବାରୁ ପରିମଳ ବ୍ୟବସ୍ଥା ଓ ଜଳବନ୍ଦୀ ଭଳି ସମସ୍ୟାର କିଭଳି ସୁଧାର କରାଯିବ ତାକୁ ଗୁରୁତ୍ୱ ଦିଆଯିବ । ସେହିଭଳି ବିକାଶ କାର୍ଯ୍ୟକୁ କିଭଳି ଆଗକୁ ନିଆଯାଇ ପାରିବ ସେନେଇ ସମସ୍ତେ ଧ୍ୟାନ ଦେବେ ବୋଲି ନବ ନିର୍ବାଚିତ ଅଧ୍ୟକ୍ଷମାନେ କହିଛନ୍ତି । ସେପଟେ ନିର୍ବାଚନରେ ସ୍ୱଚ୍ଛତା ନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷା ଓ ସଂସ୍କୃତି ଷ୍ଟାଣ୍ଡିଂ କମିଟି ପାଇଁ ଆଶାୟୀ ଥିବା ୨୯ନମ୍ବର ଓ୍ଵାର୍ଡର ବିଜେପି କର୍ପୋରେଟର । ଗତ ୪ ତାରିଖରେ ବିଏମ୍‌ସିର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଗଠିତ ହୋଇଥିଲା । ଆଜି ଏହାର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.