ମାଓ ପ୍ରବଣ ଅଞ୍ଚଳ ନିୟମଗିରିରେ ଉଡ଼ିଲା ତ୍ରିରଙ୍ଗା

କଳାହାଣ୍ଡି(କେନ୍ୟୁଜ୍): ମାଓ ପ୍ରବଣ ଅଞ୍ଚଳ ନିୟମଗିରିରେ ଉଡ଼ିଲା ତ୍ରିରଙ୍ଗା । ହର ଘର ତ୍ରିରଙ୍ଗା, ବନ୍ଦେ ମାତାରାମ ନାରାରେ ପ୍ରକମ୍ପିତ ଗାଁ ଦାଣ୍ଡ । ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଉତ୍ସବମୁଖର। ହେଲେ କଳାହାଣ୍ଡି ଜିଲ୍ଲାର ଅନେକ ଗୁଡିଏ ଗାଁ ଅଛି ଯେଉଁ ଗାଁ ଗୁଡିକରେ ସ୍ୱାଧିନତା ଦିବସ କଣ ଜାଣିନାହାନ୍ତି ।

ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡ ଉପରେ ବସବାସ ଡଙ୍ଗରିଆ ଓ ଝରଣିଆ ଆଦିବାସୀ ପାଳିଛନ୍ତି ସ୍ୱାଧୀନତା ଦିବସ । ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ନିୟମଗିରି ପାହାଡରେ ଥିବା ଫୁଲଡୁମେର, କୁନାକାଡୁ, ପାଲବେରି ଭଳି ମାଓ ପ୍ରବଣ ଅଞ୍ଚଳ ଗସ୍ତ କରି ଆଦିବାସୀଙ୍କ ପ୍ରତ୍ୟେକ ଘରେ ଜାତୀୟ ପତାକା ବାଣ୍ଟିଥିଲେ । ଫଳରେ ଏହି ଗାଁ ଗୁଡ଼ିକରେ ଆଜି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଲୋକେ ପାଳୁଛନ୍ତି ସ୍ୱାଧୀନତା ଦିବସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.