ପ୍ରାର୍ଥନା ନକରିବାରୁ ଉଠବସ୍ କରାଇଲେ ଶିକ୍ଷକ, ବେହୋସ୍ ହୋଇଗଲେ ୮ ଛାତ୍ରୀ

ପାଟଣାଗଡ (କେନ୍ୟୁଜ): ପ୍ରାର୍ଥନା ଭୁଲି ଯିବାରୁ ରାଗିଗଲେ ଶିକ୍ଷକ । ଛାତ୍ରୀଙ୍କୁ ବସ୍‌ ଉଠ କଲେ । ୮ ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ପାଟଣାଗଡ ବ୍ଲକ ସୁନାମୁଦି ଗାଁରେ ଥିବା ବାପୁଜୀ ହାଇସ୍କୁଲରେ ଅଘଟଣ । ପ୍ରାର୍ଥନା ଭୁଲି ଯିବାରୁ ଇତିହାସ ଶିକ୍ଷକ ରାଗିଯାଇ ପିଲାଙ୍କୁ ଖରାରେ ଉଠବସ୍‌ କରାଇଥିଲେ ।

ଫଳରେ ୮ଜଣ ଛାତ୍ରୀ ଅଚେତ ହୋଇ ପଡିଥିଲେ । ତୁରନ୍ତ ସେମାନଙ୍କୁ ପାଟଣାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପାଟଣାଗଡ ଉପ ଜିଲ୍ଲାପାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଏନଏସି ଅଧ୍ୟକ୍ଷା ମେଡିକାଲରେ ପହଞ୍ଚି ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.