ପୋଖରୀରେ ବୁଡି ୩ ବର୍ଷର ଶିଶୁ ମୃତ, ପରିବାରରେ ଖେଳିଯାଇଛି ଶୋକର ଛାୟା

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଥାନା ବଳଦୁଆଁ ଗାଁରେ ଘଟିଛି ଅଘଟଣ। ଗାଁର ରବିନ୍ଦ୍ର ଖଣ୍ଡାଙ୍କ ତିନିବର୍ଷର ନାବାଳକ ପୁଅ ପୋଖରୀରେ ବୁଡି ମୃତ। ସୂଚନା ଅନୁଯାୟୀ ନାବାଳକ ପୁଅଟି ଘରେ ମା ପାଖରେ ଶୋଇଥିବା ବେଳେ ଅଚାନକ଼୍ ଉଠି ବାହାରକୁ ଚାଲିଯାଇଥିଲା । ଅସାବଧାନତା ବଶତଃ ଘର ନିକଟରେ ଥିବା ପୋଖରୀ କୂଳରେ ଖେଳୁ ଖେଳୁ ପୋଖରୀକୁ ଖସି ପଡି ବୁଡି ଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର୍ ତାକୁ ମୃତ ଘୋଷଣା କରିଛନ୍ତି। ନାବାଳକ ପୁଅର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.