ପୋଖରୀରେ ପଡି ୫ବର୍ଷର ଶିଶୁ କନ୍ୟା ମୃତ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତର ଅଣଖାସାହି ଗାଁରେ ଅଘଟଣ। ଜଣେ ୫ବର୍ଷର ଶିଶୁ କନ୍ୟା ପୋଖରୀରେ ପଡି ମୃତ୍ୟୁବରଣ କରିଥିବା ନେଇ ଖବର ମିଳିଛି । ଅଣଖାସାହି ଗାଁର ରାଜୁ ଗାସର ୫ବର୍ଷର ଝିଅ ଅଙ୍ଗନବାଡିରୁ ଘରକୁ ଆସି ଖେଳୁଥିଲା ।

ଖେଳୁ ଖେଳୁ ଘର ପଛ ପଟେ ଥିବା ପୋଖରାକୁ ପଳାଇଯାଇଥିଲା । ସେଠାରେ ଅସାବଧନତା ବଶତଃ ପୋଖରୀରେ ପଡିଯାଇଥିଲା । ଘର ଲୋକ ବହୁ ଖୋଜା ଖୋଜି କରିବା ପରେ ଶିଶୁଟିକୁ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଚାନ୍ଦବାଲି ମେଡିକାଲକୁ ଆଣିଥିଲେ ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.