ବିଷାକ୍ତ ନାଗ ସାପ କାମୁଡ଼ାରେ ୮ବର୍ଷର ଶିଶୁ କନ୍ୟା ମୃତ, କାମୁଡ଼ା ସାପକୁ ମେଡ଼ିକାଲ ଧରିକି ଆସିଲେ ପରବାର ଲୋକେ

ମାଲକାନଗିରି(କେନ୍ୟୁଜ):ବିଷାକ୍ତ ନାଗ ସାପ କାମୁଡ଼ାରେ ୮ ବର୍ଷର ଶିଶୁ କନ୍ୟାର ମୃତ୍ୟୁ। କାମୁଡିଥିବା ସାପକୁ ମେଡ଼ିକାଲ ସାଙ୍ଗରେ ଆଣିଲେ ପରିବାର ଲୋକ। ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ଏମଭି-୬୭ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ଶିଶୁ କନ୍ୟା ରିଙ୍କି ଶୋଇଥିବା ବେଳେ ନାଗ ସାପ ଗୋଡ଼କୁ କାମୁଡି ଦେଇଥିଲା। ଏହି ଘଟଣା ଗାଁ ଲୋକେ ଦେଖି କାମୁଡ଼ା ସାପକୁ ଧରି ଡ଼ବାରେ ରଖିଥିଲେ।

ତୁରନ୍ତ ଶିଶୁ କନ୍ୟା ଆଉ ସାପକୁ ସିଧା ପଡିଆ ମେଡ଼ିକାଲକୁ ଆଣିଥିଲେ। ତେବେ ସେଠାରେ ଝିଅଟିକୁ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରବେଳେ ବାଟରେ ହିଁ ଝିଅଟିର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। କୁନି ଝିଅର ମୃତ୍ୟୁ ପରେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।

ତେବେ ଏଠି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା।ଯେଉଁ ନାଗ ସାପ କାମୁଡିଥିଲା ତାକୁ ସାଙ୍ଗରେ ଆଣି ଶିଶୁ କନ୍ୟା ଦେହରୁ ବିଷ କାଢ଼ିବାକୁ ପରିବାର ଏବଂ ଗାଁ ଲୋକେ ଉଦ୍ୟମ କରିଥିଲେ। ତେବେ ଯଦି ଏଭଳି ଅନ୍ଧବିଶ୍ୱାସ ଆମ ସମାଜରେ ଏବେବି ଅଛି ତାକୁ ଦୂର କରିବା ନିତ୍ୟାନ୍ତ ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.