ନିଶା ନିବାରଣ କେନ୍ଦ୍ରରେ ଭିନ୍ନକ୍ଷମଙ୍କୁ ବେତ ମାଡ଼, ପାଦ ଚାଟିବାକୁ କଲେ ବାଧ୍ୟ

ବାରିପଦା(କେ ନ୍ୟୁଜ):   ଆରେ ମୁଁ ଭିନ୍ନକ୍ଷମରେ ମୋତେ ଛାଡିଦିଅ । ମୁଁ ବା ତମର କଣ କରିପାରିବି । ମୁଁ ତମର କି ଦୋଷ କରିବି ନା କଣ କ୍ଷତି ଘଟାଇ ପାରିବି । ମୋତେ ପାହାର ପରେ ପାହାର ମାରି ଚାଲିଲେ ଆପଣ ବା କଣ ପାଇବେ । ଏମିତି କେତେ ନେହୁରା ହେଲା ଭିନ୍ନକ୍ଷମଟିଏ । କିନ୍ତୁ କେହି ବି ଶୁଣିଲେ ନାହିଁ । କଣ ହେଲା କେଜାଣି ବେତରେ ମାଡ ପରେ ମାଡ ମାରି ଚାଲିଲେ । ଧମକ ଚମକ ବି ଦେଲେ ସେଥିରେ ପୁଣି ମନ ମାନିଲାନିଯେ ପାଦ ଚାଟିବାକୁ ବାଧ୍ୟ କଲେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏକ ନିଶାନିବାରଣ କେନ୍ଦ୍ରରେ । ହଁ ଆଜ୍ଞା ପୁଣି ବିବାଦ ଘେରରେ ବାରିପଦାର “ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର”। ଜଣେ ଦିଵ୍ୟାଜ୍ଞଙ୍କୁ ମାଡ଼ ମାରିବା ସହ ପାଦ ଚଟାଇବା ଭଳି ଅଭାବନୀୟ ଘଟଣା ଦେଖାଦେଇଛି ଏହି କେନ୍ଦ୍ରରେ । ଏନେଇ ଏକ ଭିଡିଓ ମଧ୍ୟ ଖୁବ ଭାଇରଲ ହେବାରେ ଲାଗିଛି । କେନ୍ଦ୍ରର ମୁଖ୍ୟ ଅବନୀ ପତି ଓ ତାଙ୍କ ସହଯୋଗୀ ଜଣେ ଭିନ୍ନକ୍ଷମଙ୍କୁ ମାଡ଼ ମାରିବା ସହ ଜୋତା ଖୋଲି ପାଦ ଚାଟିବାକୁ ବାଧ୍ୟ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ଏହି

ସଂସ୍ଥା ନାମରେ ବହୁବାର ନିର୍ଯାତନା ଦେବାର ଅଭିଯୋଗ ଉଠିଥିଲା । ଏପରିକି ମାଡ଼ ମାରି ମାରି ଅନ୍ତେବାସୀଙ୍କୁ ମରିଦେବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ରହିଛି ଏହି ନିଶା ନିବାରଣ କେନ୍ଦ୍ର ନାମରେ। ଅନ୍ୟପଟେ କେନ୍ଦ୍ରର ମୁଖ୍ୟ ନିଜେ ମଧ୍ୟ ନିଶା ସେବନ କରିବା ଅଭିଯୋଗରେ ଜେଲ ଯାଇଛନ୍ତି । ଏତେ ସବୁ ପରେ ମଧ୍ୟ କିଭଳି ଭାବେ ଏହି କେନ୍ଦ୍ରକୁ ପ୍ରଶାସନ ଅନୁମତି ପ୍ରଦାନ କରୁଛି ତାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ସଂସ୍ଥା ମୁଖ୍ୟ ଅବନୀ ପତିଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । କେନ୍ଦ୍ରର ମୁଖ୍ୟ ଅବନୀ ପତିଙ୍କ ସହଯୋଗୀ ପୀତବାସ ରାଉଳଙ୍କୁ କରଞ୍ଜିଆରୁ ଗିରଫ କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.