ରାସ୍ତାରୁ ଯାଇ ସିଧା ଘରେ ପଶିଗଲା କାର୍, କ୍ଷଣିକ ଭିତରେ ଭାଇ ଘରକୁ ବୁଲି ଆସିଥିବା ଭଉଣୀର ଚାଲିଗଲା ଜୀବନ

ବାରିପଦା(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଚିତ୍ରଡା ଫାଣ୍ଡି ଅଧୀନ ଚିତ୍ରଡା ଠାରେ ଘଟିଛି ଏକ ଲୋମହର୍ଷଣକାରୀ ଦୁର୍ଘଟଣା। ମଙ୍ଗଳବାର ଦିନ ୩ଟା ବେଳେ ମୋରଡା ବ୍ଲକ ଛକ ପଟୁ ଦୃତ ଗତିରେ ଆସୁଥିବା ଏକ ବାଲେନୋ କାର୍ ଭାରସାମ୍ୟ ହରାଇ ଜଣକ ଘରେ ପଶି ଯାଇଥିଲା । ମାତ୍ର କିଛି ସମୟ ପୂର୍ବରୁ ଘର ବାରଣ୍ଡାରେ ଖଟିଆ ଉପରେ ବସିଥିବା ମହିଳାଙ୍କୁ ଯେମିତି କାଳ ଡାକି ଆଣି ବସାଇଥିଲା। କାରଟି ଖଟିଆ ସହ ମହିଳାଙ୍କୁ ଘୋଷାଡି ନେଲା। କାର ତଳେ ଚାପିହୋଇ ରହିଯାଇଥିଲେ ମହିଳା । ସ୍ଥାନୀୟ ଲୋକ ମହିଳା ଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ ପଠାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ହୋଇଛି । ମୃତ ମହିଳା ହେଲେ ମାନିତ୍ରି ଗ୍ରାମର ଅଖିମଣି ବେହେରା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଛି।

ତେବେ ଏପର୍ଯ୍ୟନ୍ତ ଜଣା ପଡିନି କାର୍ କିଏ ଚଳାଉ ଥିଲେ? କେମିତି କାରଟି ରାସ୍ତାରୁ ଘର ଆଡ଼କୁ ମାଡ଼ି ଆସିଲା? ଡ୍ରାଇଭର ଗାଡି ଚଳାଉଥିବା କି ମାଲିକ ନିଜେ ଗାଡ଼ି ଚଢାଇ ଦେଲେ? ଗାଡ଼ିରେ କିଛି ତ୍ରୁଟି ଥିଲା ନା ମଦ ପିଇ ଏଭଳି କାଣ୍ଡ ଘଟିଗଲା? ଏ ସବୁ ଦିଗକୁ ନଜରରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଗାଡ଼ି ମାଲିକର ସବିଶେଷ ତଥ୍ଯ ବାହାର କରି ତାଙ୍କୁ ଧରି ସମସ୍ତ ବିଷୟରେ ପଚରାଯିବ। ତେବେ ଗାଡ଼ି କାରରେ ସେଫ୍ଟୀ ଫିଚର୍ ଭଲ ଥିବାରୁ କାର ଚାଳକଙ୍କର କିଛି କ୍ଷତି ହୋଇ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.