ରାଜନଗର: ଛାତ୍ର ସୁରକ୍ଷା ମଞ୍ଚ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ, ସାମିଲ ହେଲେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା ବର୍ଗ

ରାଜନଗର(କେ ନ୍ୟୁଜ): ସାରା ଦେଶରେ “ସ୍ୱାଧୀନତାର ଅମୃତ ମହୋଶ୍ଚବ” ପାଳନ ହେଉଛି ଏହାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସର ଅବ୍ୟାହତ ପୂର୍ବରୁ ରାଜନଗର ଛାତ୍ର ସୁରକ୍ଷା ମଞ୍ଚ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି ଆଉ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା ଓ ସବୁ ବର୍ଗର ଲୋକେ ସାମିଲ ହୋଇ ଦେଶପ୍ରମର ଝଲକ ଦେଖାଇଛନ୍ତି। ଶତାଧିକ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ବାହାରିଥିଲେ । ଭାରତ ମାତା କି ଜୟ,

ବନ୍ଦେ ମାତରମ୍  ଧ୍ୱନିରେ ରାଜନଗର ପ୍ରକମ୍ପିତ ହୋଇଥିଲା । ବଡଦାଣ୍ଡରୁ ଏହି ଶୋଭାଯାତ୍ରା ବାହାରି ରାଜନଗର ବଜାର ପରିକ୍ରମା କରିବା ସହ ଗୋପାଳପୁର, ତ୍ରିନାଥ ବଜାର ଓ ରାଜନଗର ବାଇପାସ ଦେଇ ପୁଣି ବଡଦାଣ୍ଡ କୁ ଫେରିଥିଲେ ୫ କିମି ବାଟ ଏହି ଶୋଭାଯାତ୍ରା ସମୟରେ ଅନେକ ସ୍ଥାନରେ ମହିଳା ମାନେ ତ୍ରିରଙ୍ଗା ଉପରକୁ ପୁଷ୍ପ ବର୍ଷା କରି ଏହି ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.