ମାତ୍ର ତିନି ବର୍ଷରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆଭାସ

ନୟାଗଡ(କେନ୍ୟୁଜ୍‌): ପ୍ରତିଭା ଅତି ଛୋଟ ବେଳୁ ବିକଶିତ ହୋଇଥାଏ। ଉଚିତ୍ ଶିକ୍ଷା ସହ ପରିବେଶ ଓ ସଂସ୍କାର ଆବଶ୍ୟକ । ମାତ୍ର ତିନି ବର୍ଷରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି ନୟାଗଡ ଜିଲ୍ଲା ଲ।ଠିପଡା ଗ୍ରାମର ଆଭାସ ଓମ ପ୍ରକାଶ ସାହୁ । ବାପା ପ୍ରଭାସ କୁମାର ସାହୁ ଏବଂ ମା ମଧୁସ୍ମିତା ସାହୁ ଉଭୟେ ପରିବାର ସହ ବେଙ୍ଗଲୁରରେ ରୁହନ୍ତି । ପ୍ରଭାସ ବେଙ୍ଗଲୁରରେ ଇଣ୍ଡିଆନ ବ୍ୟାଙ୍କରେ ଚାକିରୀ କରନ୍ତି । ଆଭାସ ହେଉଛନ୍ତି ସେମାନଙ୍କର ସାନ ପୁଅ । ମାତ୍ର ନଅ ମାସ ବୟସ ପୁଅକୁ ଅଭ୍ଯାସ କରାଇବା ଆରମ୍ଭ କରିଥିଲେ।

 

family

ଯାହା ଫଳରେ ୫ଟି ହିନ୍ଦୀ ଶବ୍ଦ, ୫ଟି ହିନ୍ଦୀ ରାଇମ, ଇଂରାଜୀ ବର୍ଣ୍ଣମାଳା, ୪ଋତୁ, ବର୍ଷର ୧୨ ମାସ , ୮ଗ୍ରହ, ୧୦ ପନିପରିବା , ୧୩ପ୍ରାଣୀଙ୍କ ନାମ, ୧୦ଟି ଯାନର ନାମ, ଶରୀରର ୧୬ଗୋଟି ଅଂଶର ନାମ, ଏପରିକି ୧ ଠାରୁ ୧୦୦ ଯାଏଁ ନିର୍ଭୁଲ ଭାବେ ଆଭାସ ସବୁ କହି ପାରୁଛନ୍ତି । ଏଥିପାଇଁ ତାଙ୍କ ମା ମଧୁସ୍ମିତା ପୁଅକୁ ସବୁବେଳେ ଶିକ୍ଷା ଦେଇ ଆସିଛନ୍ତି । ମଧୁସମିତ କୁହନ୍ତି, ପୁଅକୁ ଯାହା ଥରେ କହିଦେଲେ ସେ ଅତି ସହଜରେ ମନେରଖିପାରେ ଏବଂ ସବୁ କଥା ଜାଣିବାରେ ତାର ବହୁତ ଆଗ୍ରହ ।

record

ପୁଅର ଆଗ୍ରହ ଦେଖି ଉଭୟ ବାପା ଓ ମା ପିଲାବେଳୁ ଭଲ ଶିକ୍ଷା ଦେଇ ଆସିଛନ୍ତି । ୨୦୨୨ ମସିହା ଇଣ୍ଡିଆ ବୁକ ଅଫ ରେକର୍ଡ ନିମନ୍ତେ ସେମାନେ ପୁଅର ଭିଡିଓ କରି ପଠେଇଥିଲେ । ପୁଅ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିବା ପରେ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ଆଭାସଙ୍କୁ ମାନପତ୍ର, ପ୍ରସଂଶା ପତ୍ର ଏବଂ ମେଡାଲ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.