ହୀରାକୁଦରେ ଡ୍ୟାମ୍‌ରୁ ନିଖୋଜ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର, ଆଉ ଜଣଙ୍କୁ ଖୋଜୁଛି ଓଡ୍ରାଫ୍‌ ଟିମ୍‌

ସମ୍ବଲପୁର (କେନ୍ୟୁଜ୍): ହୀରାକୁଦରେ ଡ୍ୟାମ୍‌ରୁ ନିଖୋଜ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌। ଆଉ ଜଣେ ନିଖୋଜ ମହେଶଙ୍କୁ ଖୋଜୁଛି ଓଡ୍ରାଫ ଟିମ୍‌। ଗତକାଲି ସମ୍ବଲପୁର ହୀରାକୁଦ ଡ୍ୟାମ ନିକଟସ୍ଥ ଝାଙ୍କରଣୀ ମନ୍ଦିର କୂଳରେ ଭୋଜି କରିବାକୁ ତିନିଜଣ ଯୁବକ ଓ ଜଣେ ଯୁବତୀ ଯାଇଥିଲେ ।

ଗାଧୋଉଥିବା ସମୟରେ ତିନି ଜଣ ଯୁବକ ନଦୀରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଜୀବିତ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ଥିଲେ। ଆଜି ସକାଳୁ ଜଣଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍‌। ସମସ୍ତେ ବୁର୍ଲା ସ୍ଥିତ ଏମସିଏଲର ନବ ନିଯୁକ୍ତ କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.