ଦୁଇଟି ଟ୍ରକ୍ ଓଭରଟେକ୍ କଲା ବେଳେ ଦୁର୍ଘଟଣା , ଜଣେ ମୃତ

ଭୁବନେଶ୍ୱର : ସକାଳୁ ସକାଳୁ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା ଘଟିଛି। କ୍ରାଉନ୍ ହୋଟେଲ ସାମ୍ନାରେ ହୋଇଥିବା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଦେବାଶିଷ ପ୍ରଧାନ । ସେ ଆର୍ମି ହସ୍ପିଟାଲରେ ସୁପରଭାଇଜର ଭାବେ କାମ କରୁଥିଲେ। ସକାଳେ ଦେବାଶିଷ ହସ୍ପିଟାଲ ଯାଉଥିବା ବେଳେ ବେଳେ ଏହି ଦୁର୍ଘଟଣା ହୋଇଛି । ଦୁଇଟି ଟ୍ରକ୍ ଓଭରଟେକ୍ କରୁଥିବା ବେଳେ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଦୁଇଟି ଟ୍ରକ୍କୁ ପୋଲିସ ଅଟକ ରଖିଥିବା ବେଳେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.