ବାଲେଶ୍ୱର ଏନଏଚରେ ମାରୁତି-ଅଟୋ ଧକ୍କା : ୨ ମୃତ, ୪ ଗୁରୁତର

ବାଲେଶ୍ୱର : ଏନଏଚ-୬୦ର ରୁପ୍ସା ନିକଟରେ ମାରୁତି-ଅଟୋ ଧକ୍କା ହୋଇଛି। ଘଟଣାରେ ୨ ଅଟୋଯାତ୍ରୀ ମୃତ ହୋଇଥିବା ବେଳେ ୪ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୨ଜଣ କଟକ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ତାହାରପୁର ଗାଁର ୬ ଜଣ ଯୁବକ ଏକ ଅଟୋରେ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ରୁପ୍ସା ଥାନା ନିକଟରେ ଏକ କାର୍ ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବ୍ରଜମୋହନ ସେନାପତି ଓ କମଳାକାନ୍ତ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.