ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟ ରାସ୍ତା କଡରେ ଦୁର୍ଘଟଣା: ୪ରୁ ୫ଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ୍

ସାଲେପୁର(କେନ୍ୟୁଜ୍): ଆଜି ଭୋର୍ ସମୟରେ ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟରାସ୍ତା କଡରେ ଥିବା ୪ରୁ ୫ଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ୍ । ଅଳ୍ପକେ ବଞ୍ଚିଗଲେ ୧୪ କର୍ମଚାରୀ । ଦୁଇଟି ଟ୍ରକ୍ ଉକ୍ତ ଦୋକାନ ଭିତରେ ସେମିତି ପଶି ରହିଛି ।

କଟକରୁ କେନ୍ଦ୍ରାପଡା ଅଭିମୁଖେ ସାର ନେଇ ଯାଉଥିବାବେଳେ ହଠାତ୍ ଦୁଇଟି ଟ୍ରକ୍ ବଜାର ମଧ୍ୟରେ ଥିବା ଦୋକାନ ଉପରେ ଚଢିଯାଇଥିଲା। ଦୋକାନ ଗୁଡ଼ିକ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.