ମହଙ୍ଗା ପଡିଲା ଅଶ୍ଳୀଳ ଭିଡିଓ ପଠାଇବା : ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର୍ ପୋଲିସ୍

cyber crimeବ୍ରହ୍ମପୁର : ମହଙ୍ଗା ପଡିଲା ଅଶ୍ଳୀଳ ଭିଡିଓ ପଠାଇବା । ପୁରୁଣା ବ୍ରହ୍ମପୁରର ଜଗନ୍ନାଥ କରଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ୍ । ସୂଚନା ଅନୁସାରେ, ସ୍ଥାନୀୟ ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜର ଜଣେ ମହିଳା ସେନାଧିକାରୀଙ୍କୁ ଏହି ଭିଡିଓ ପଠାଇଥିଲେ ଅଭିଯୁକ୍ତ ଜଗନ୍ନାଥ । ମହିଳା ଜଣକ ଏନେଇ ଥାନାରେ ଏତଲା ଦେବା ପରେ ଜଗନ୍ନାଥଙ୍କୁ ଗିରଫ କରିଛି ପୋଲିସ୍ । ତେବେ ବ୍ରହ୍ମପୁର ବଡ଼ ବଜାରରେ ସାଇବର ଥାନା ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ସାଇବର୍ କ୍ରାଇମ୍ ବୋଲି ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.