କଟକରେ ନକଲି ମେଡିସିନ୍ କାରବାର ମାମଲା, ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ(କେନ୍ୟୁଜ୍): କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ । ଆଜି ପୁରୀଘାଟ ଥାନାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ ଉପରେ ରେଡ୍‌ ଚଳାଇଛି ପୋଲିସ । ନକଲି ମେଡିସିନ୍‌ କାରବାର ମାମଲାରେ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ ।

ଗତକାଲି ନକଲି ମେଡିସିନ ବିକ୍ରି କରୁଥିବା ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ କରିଥିଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ । ଭିଆର ଏଜେନ୍‌ସି ଓ ପୂଜା ଏଣ୍ଟରପ୍ରାଇଜର୍ସର ଲାଇସେନ୍‌ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

କଟକରେ ରକ୍ତଚାପ ପାଇଁ ନକଲି ଔଷଧ କାରବାର ନେଇ ଡ୍ରଗ୍‌ କଣ୍ଟ୍ରୋଲର ଟିମ୍‌ ଚଢାଉ କରିଥିଲା । ବିହାରର ଗୟା ଓ ବେଙ୍ଗାଳୁରୁରୁ କଟକକୁ ନକଲି ମେଡିସିନ ଆସୁଥିବା ଜଣାପଡ଼ିଥିଲା । ଏହି ଦୁଇଟି ସ୍ଥାନକୁ ଯାଇ ଡ୍ରଗ୍‌ କଣ୍ଟ୍ରୋଲ ଟିମ୍‌ ତଦନ୍ତ କରିବ ବୋଲି ଜଣାପଡ଼ିଛି । ଗତକାଲି କଟକ ଡିସିପି କହିଥିଲେ ଅଭିଯୁକ୍ତଙ୍କୁ ଧରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.