ସ୍କୁଲରେ ଅନୁପସ୍ଥିତ ଥିବାରୁ ୨୩ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ, ୪ ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ୍

ଭଦ୍ରକ(କେନ୍ଯୁଜ୍):ସ୍କୁଲରେ ଅନୁପସ୍ଥିତ ଥିବାରୁ ୨୩ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ। ୪ ସିଆରସିସିଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷାଅଧିକାରୀ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସମୟରେ ଅନେକ ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ ଥିବା ଜଣାପଡିଥିଲା।

ଏହାପରେ ୭ ଜଣ ଶିକ୍ଷକଙ୍କର ଗୋଟିଏ ଦିନର ଦରମା ବନ୍ଦ କରାଯିବା ସହ ୧୬ ଜଣ ଶିକ୍ଷଙ୍କ ଗୋଟିଏ ମାସର ଦରମା ବନ୍ଦ କରାଯାଇଛି। ଏହାସହ ୪ ଜଣ ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଧାମନଗର ବ୍ଲକ ଶିକ୍ଷାଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.