ବଡଦାଣ୍ଡରେ ରାଣୀ ପଣ୍ଡା, ଜଗନ୍ନାଥଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ନେଇ କଲେ ଏତଲା ଦାୟର

ପୁରୀ(କେନ୍ଯୁଜ୍): ମହାପ୍ରଭୁ ଜଗନ୍ନାଥଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ନେଇ ଏତଲା। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ଦିଲ୍ଲୀପ ବିନ୍ଧାଣୀ ନାମକ ବ୍ୟକ୍ତି ମହାପ୍ରଭୁଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଏହାକୁ ବିରୋଧ କରି ରାଣୀ ପଣ୍ଡା ଏତଲା ଦାୟର କରିଛନ୍ତି।

ପୁରୀ କର୍ଫ୍ୟୁ ଜାରି ଥିବାରୁ ମାର୍କେଟ ଛକ ନିକଟରେ ପୋଲିସ ରାଣୀ ପଣ୍ଡାଙ୍କ ଠାରୁ ଏତଲା ଗ୍ରହଣ କରି ମାମଲା ରୁଜୁ କରିଛି। ଅପଶବ୍ଦ ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ରାଣୀ ପଣ୍ଡା। ଅଠରନଳାରୁ ପାଦରେ ଚାଲିଚାଲି ଆସି ମାର୍କେଟ ଛକରେ ପହଞ୍ଚିଥିଲେ ରାଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.