ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ପିପିଲି ଉପନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ ଜାରି

ପିପିଲି (କେନ୍ଯୁଜ୍): ପିପିଲି ଉପନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ । ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ ଜାରି କରାଗଲା । ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ଆଡଭାଇଜରୀ ଜାରି କରାଯାଇଛି । ସାମୁଦ୍ରିକ ଝଡ଼ ଗୁଲାବ ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ କୁହାଯାଇଛି ।

ପ୍ରଚାର ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଉପକୂଳରେ ୪୦ରୁ ୫୦ କିଲୋମିଟ ବେଗରେ ପବନ ବହିବାର ସମ୍ଭାବନା ରହିଛି । ପ୍ରଚାର ଓ ସଭା ସମୟରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପକ୍କା ଘରେ ସଭା କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.