ଭୁବନେଶ୍ୱର ପରେ ଆସନ୍ତାକାଲି ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’, ଆଜି ଫୁଲ ଡ୍ରେସ ରିହରସାଲ

ପୁରୀ(କେନ୍ୟୁଜ୍):ଭୁବନେଶ୍ୱର ପରେ ଆସନ୍ତାକାଲି ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଜି ଫୁଲ ଡ୍ରେସ ରିହରସାଲ । ସକାଳ ୧୦ଟା ୨୦ରୁ ୧୧ଟା ଯାଏଁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଫୁଲ ଡ୍ରେସ ରିହରସାଲ ଦେଖିପାରିବେ ଲୋକେ । ୧୮ ତାରିଖରେ ପୁରୀ ରାଜଭବନ ପଛପାର୍ଶ୍ୱ ବେଳାଭୂମିରେ ଏୟାର ସୋ’ କରାଯିବ । ହେଲେ ୧୮ ତାରିଖରେ ପାଗ ଖରାପ ଥିବାରୁ ସ୍ଥିତି ଦେଖି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।

ଆକାଶମାର୍ଗରେ କଳା କୌଶଳ ପ୍ରଦର୍ଶନ କରିବେ ବାୟୁସେନାର ୭ଟି ବିମାନ। ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏକ ସୋ ଆୟୋଜନ ହେଉଥିବାରୁ ସରକାର, ବାୟୁସେନାର ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀମାନେ ଉତ୍ସାହିତ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା ଆଦି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.