ମଞ୍ଚେଶ୍ୱରରେ ଗାଡି ଧକ୍କାକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଗାଡି ସହ ଡ୍ରାଇଭର ହେଲ୍ପରଙ୍କୁ ବନ୍ଧକ ରଖିଲେ

ଭୁବନେଶ୍ବର(କେନ୍ୟୁଜ୍): ଗାଡି ଧକ୍କାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ଆଇନକୁ ହାତକୁ ନେଲେ, ଗାଡି ସହ ଡ୍ରାଇଭର ହେଲ୍ପରଙ୍କୁ ବନ୍ଧକ ରଖିଲେ । ଟଙ୍କା ନଦେଲେ ମାରିଦେବାକୁ ଧମକ ଦେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ । ସମୟ ରାତି ୭ ଟା ୫୪ । ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ପଳାଶୁଣି ଛକ ନିକଟରେ ଗୋଟିଏ ଟ୍ରକ ସହ ସ୍ୱିଫ୍ଟ କାର ଦୁର୍ଘଟଣା ଘଟିଥିଲା । କିଛି ଶୁଣିବା ଆଗରୁ କାରରେ ଥିବା ଯୁବକ ନିଜର କିଛି ସହଯୋଗୀଙ୍କୁ ସେଠାକୁ ଡକାଇଥିଲେ।

ଟ୍ରକକୁ ସତ୍ୟବିହାର ନିକଟରେ ଥିବା ଏକ କାଠ ଗୋଲା ଭିତରକୁ ନେଇଯିବା ସହ ଡ୍ରାଇଭର, ହେଲ୍ପରଙ୍କୁ ନିର୍ଦ୍ଧୁମ ପିଟିଥିଲେ । ରାତି ୯ ଟା ୫୮ ରେ ଟ୍ରକ ମାଲିକଙ୍କୁ ଫୋନ କରି ୫୦ ହଜାର ଟଙ୍କା ନଦେଲେ ଡ୍ରାଇଭର ହେଲ୍ପରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ଗାଡି ମାଲିକ ଟ୍ରକ ମାଲିକ ଆଜି ମଞ୍ଚେଶ୍ୱର ଥାନାରେ ପହଁଚି ପୁରା ଘଟଣା ବୟାନ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.