ପୁଣି ବିବାଦରେ ବାବା : ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜ

ଅଡୁଆରେ ଦୁଷ୍କର୍ମ ଅଭିଯୁକ୍ତ ତଥା ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜ । ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ଆଗରେ ହାଜର ହୋଇପାରନ୍ତି ବାବା । ମାମଲା ରୁଜୁ ହେବାକୁ ୭ ଦିନ ବିତିଥିଲେ ବି ଦାତି ଫେରାର ଥିବା କୁହାଯାଉଛି । ଗତକାଲି କ୍ରାଇମବ୍ରାଞ୍ଚ ପୀଡିତାକୁ ନେଇ ଦାତିଙ୍କ ରାଜସ୍ଥାନ ସ୍ଥିତ ପାଲି ଆଶ୍ରମରେ ଚଢଉ କରଥିଲା । ଆଶ୍ରମ ପରିସରରୁ ଶତାଧିକ ଉଦ୍ଧାର କରାଯାଇ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଆଶ୍ରମରୁ ଅନେକ ମହିଳା ନିଖୋଜ ଥିବା ଅଭିଯୋଗ ହୋଇଥିବାରୁ ପୁଲିସର ସ୍ୱତନ୍ତ୍ର ଟିମ ଏ ନେଇ ତଦନ୍ତ କରୁଛି । ଦାତିଙ୍କ ଦିଲ୍ଲୀ ଓ ରାଜସ୍ଥାନ ସ୍ଥିତ ଆଶ୍ରମର ସିସିଟିଭି ଫୁଟେଜ ଜବତ ସହ ଆଶ୍ରମ ନିକଟସ୍ଥ ଲୋକଙ୍କୁ ପଚରାଉଚରା ଚାଲିଛି । ଅଭିଯୋଗ ମୁତାବକ ୧୦ ବର୍ଷ ତଳେ ଦାତିଙ୍କ ରାଜସ୍ଥାନ ସ୍ଥିତ ବାଳାଶ୍ରମ ଗୁରୁକୁଳ ଆଶ୍ରମକୁ ପୀଡିତା ଜଣଙ୍କ ପଢିବାକୁ ଆସିଥିଲେ । ୨୦୧୬ ମସିହା ମାର୍ଚ୍ଚ ୨୫ରୁ ୨୭ ତାରିଖରେ ଅଭିଯୁକ୍ତ ଦାତି ମହାରାଜ ଓ ତାଙ୍କ କିଛି ସହଯୋଗୀ ଗଣଦୁଷ୍କର୍ମ କରିଥିବା ନେଇ ପୀଡିତା ଫତେହପୁର ଥାନାରେ ଅଭିଯୋଗ କରିବା ପରେ ବର୍ତ୍ତମାନ ମାମଲାର ତଦନ୍ତ ଚଳାଇଛି ପୁଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.