ମୋତେ ଗ୍ରହଣ କରିନିଅ ସୁମିତ ମୁଁ ତୁମକୁ ବହୁତ ଭଲ ପାଉଛି: ଭାଇରାଲ ହେଲା ତପସ୍ୱିନୀଙ୍କ ଆଉ ଏକ କୋହଭରା ଭିଡିଓ

ବ୍ରହ୍ମପୁର(କେନ୍ୟୁଜ୍): ତପସ୍ୱିନୀ-ସୁମିତ୍‌ ପାରିବାରିକ ବିବାଦ ଭିତରେ ସାମ୍ନାକୁ ଆସିଲା ତପସ୍ୱିନୀଙ୍କ ଆଉ ଏକ କୋହଭରା ଭିଡିଓ । କାନ୍ଦିକାନ୍ଦି କହିଲେ ସୁମିତ୍‌ ମୁଁ ତୁମକୁ ବର୍ବାଦ କରିବାକୁ ଚାହେଁନି, ମୁଁ ବଞ୍ଚିଛି ମତେ ନେଇଯାଅ । ମୁଁ ଅର୍ଥ ଚାହୁଁନି ମୋତେ ମୋ ସ୍ୱାମୀଙ୍କୁ ଫେରାଇଦିଅ । ସାନ ଝିଅ ଭାବି କିଛି ଭୁଲ୍‌ କରିଥିଲେ କ୍ଷମା କରିଦିଅନ୍ତୁ ବୋଲି ତପସ୍ୱିନୀ ଶ୍ୱଶୁରଙ୍କୁ ଅକୁଳ ନିବେଦନ କରିଛନ୍ତି ।

ମତେ କେତେ କଷ୍ଟ ହେଉଛି ସେ କଥା କେବଳ ମୁଁ ଜାଣିଛି । ମୋତେ ଗ୍ରହଣ କରିନିଅନ୍ତୁ, ମୁଁ ସୁମିତଙ୍କୁ ବହୁତ ଭଲ ପାଉଛି । ଏମିତି କିଛି କାନ୍ଦିକାନ୍ଦି ଭିଡ଼ିଓ ଜାରି କରି କହିଛନ୍ତି ତପସ୍ୱିନୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.