ପୁଣି ଲଜ୍ଜା; ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର (କେନ୍ୟୁଜ ବ୍ୟୁରୋ): ପୁଣି ଲଜ୍ଜା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସୂଚନା ଅନୁଯାୟୀ, କୋଳଥଳ ଗାଁର ସୁବାସ ଖୁଣ୍ଟିଆ ନାମକ ବ୍ୟକ୍ତି ସପ୍ତାହ ତଳେ ନାବାଳିକାକୁ ଉଠାଇ ନେଇଥିଲେ । ସୁବାସ ୩ ଦିନ ନାବାଳିକାକୁ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ୍‌ ସୁବାସକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଇବା ସହ ତଦନ୍ତ ଜାରି ରଖିଛି । ଏନେଇ ପୋଳିସର ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲିି ଅଭିଯୁକ୍ତ ସୁବାସ କହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.