ମୋହନାରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ସ୍ଥିତ ବ୍ଲକ୍ ରାସ୍ତାରେ ବୁଧୁବାର ବିଳମ୍ବିତ ରାତିରେ ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଏକ ମାକ୍ସ ପିକ୍ ଅପ୍ ଗାଡ଼ି ନଂ OD-04 1538 କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା।  କିନ୍ତୁ ଗାଡ଼ିଟି ପୋଲିସ୍ ଉପରକୁ ମାଡ଼ି ଆସିଥିଲା ଓ ଫେରାର ହେବା ପାଇଁ ଚେଷ୍ଟା କରି ଚାଲି ଯାଇଥିଲା। ପୋଲିସ୍ ସେହି ଗାଡ଼ିର ପିଛା କରି ମୋହନା ନିକଟରେ ଥିବା ନାରଙ୍ଗୀ ଛକରେ ଗାଡ଼ିଟିକୁ କାବୁ କରିଥିଲା।

mohana gan

ଗାଡ଼ିରେ ଥିବା ଡ୍ରାଇଭର ସେହି ଜାଗାରୁ ଚମ୍ପଟ ମାରିଥିଲା। ପୋଲିସ୍ ଗାଡ଼ିଟିକୁ ଯାଞ୍ଚ୍ କରିଥିଲା ସେଥିରୁ ଗଞ୍ଜେଇ ବାହାରିଥିଲା। ଉକ୍ତ ଜବତ ଗଞ୍ଜେଇକୁ ମୋହନା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ଯାହାର ପରିମାଣ ୪୨୨ କିଲୋ ହୋଇଥିଲା ଓ ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ୪୦ ଲକ୍ଷ ଟଙ୍କା ହେବ ବୋଲି ମୋହନା ଥାନା ପକ୍ଷରୁ  ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.