ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା: ମାକୁ ଶେଷ ଚିଠି ଲେଖି ଝୁଲି ପଡ଼ିଲେ

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଘର କୃଷ୍ଣପ୍ରସାଦ ବ୍ଲକ ପାରିକୁଦ । ମାଟ୍ରିକରେ ୯୧% ମାର୍କ ରଖି ଗଙ୍ଗପଡାରେ ଏକ ଘରୋଇ କଲେଜରେ ପଢ଼ୁଥିଲେ । ମାତ୍ର ୨୨ ଦିନ ହେଲା ସେ ହଷ୍ଟେଲରେ ରହୁଥିଲେ । ଗତକାଲି ହଷ୍ଟେଲ ୱାର୍ଡନ ଆସି ଖାଇବାକୁ ଡାକିବା ବେଳକୁ ବନ୍ଦ ଘରୁ ମିଳିଥିଲା ଝୁଲନ୍ତା ମୃତଦେହ । ପୋଲିସ ଉପସ୍ଥିତିରେ ମୃତଦେହକୁ କଢ଼ାଯାଇଥିଲା । ଅନ୍ୟପଟେ ଏକ ସୁଇସାଇଡ ନୋଟ ଜବତ ହୋଇଛି । ଯେଉଁଥିରେ ମୃତ୍ୟୁ ପୂର୍ବରୁ ଅକୁହା କଥା ଲେଖି ଜୀବନ ହାରିଛନ୍ତି । ସୁଇସାଇଡ଼ ନୋଟରେ କଲେଜ କର୍ତ୍ତୃପକ୍ଷ, ପରିବାର, ସାଙ୍ଗସାଥି କାହାର ଦୋଷ ନଥିବା ଲେଖିଛନ୍ତି । ପୋଲିସର ନ୍ଦ୍ୱନ୍ଦ ବଢ଼ାଉଛି, ଲଭ ସାଇନ ମଧ୍ୟରେ ଥିବା ‘ମାମା’ ଲେଖା । ପ୍ରକୃତରେ ନିଜ ମା’ଙ୍କୁ ମାମା ବୋଲି ସମ୍ବୋଧନ କରିଛନ୍ତି ନା କୌଣସି ଯୁବତୀଙ୍କ ଉଦେଶ୍ୟରେ ଏଭଳି ଲେଖିଛନ୍ତି । ଏହାକୁ ନେଇ ସନ୍ଦେହ ବଢୁଛି । ନମୁନା ପରୀକ୍ଷା ପାଇଁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯାଇଛି ।

 ସେପ୍ଟେମ୍ବର ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୪ଜଣ ଛାତ୍ରଛାତ୍ରୀ ରାଜଧାନୀରେ ଆତ୍ମହତ୍ୟା କରିଛନ୍ତି । ସେପ୍ଟେମ୍ବର୪: ଏୟାରଫିଲଡ଼ ଥାନା ଜାମୁକୋଳି ଅଞ୍ଚଳରେ କଲେଜ ହଷ୍ଟେଲରୁ ନର୍ସିଂ ଛାତ୍ରୀ କୁନି କହଁରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ନିଦ ନହେବା କାରଣରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ଼ ନୋଟରେ ଉଲେଖ କରିଥିଲେ । ସେପ୍ଟେମ୍ବର ୭: ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନୀରେ ବିଟେକ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପାରିବାରିକ କଳହ ପାଇଁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ । ସେପ୍ଟେମ୍ବର ୯: ଲକ୍ଷ୍ମୀସାଗର ଥାନା ଚିନ୍ତାମଣିସ୍ୱରରେ ବିଏ ପାସ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା ପୋଲିସ । ମା’ ସହ ପାଟିତୁଣ୍ଡ ହେବାରୁ ଆତ୍ମହତ୍ୟା କରିଥିଲେ ।

 ୨୦୨୨ ଜାନୁଆରୀ ୧ରୁ ଆଜି ଯାଏଁ ଭୁବନେଶ୍ୱରରେ ୨୪୦ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ଏହାରି ଭିତରେ ଅଛନ୍ତି ମେଧାବୀ ଛାତ୍ରଛାତ୍ରୀ । କ’ଣ ପାଇଁ ଏଭଳି ଆତ୍ମହତ୍ୟା, ତାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଘର କୃଷ୍ଣପ୍ରସାଦ ବ୍ଲକ ପାରିକୁଦ । ମାଟ୍ରିକରେ ୯୧% ମାର୍କ ରଖି ଗଙ୍ଗପଡାରେ ଏକ ଘରୋଇ କଲେଜରେ ପଢ଼ୁଥିଲେ । ସୁଇସାଇଡ ନୋଟରେ ‘ମାମା’ ଲେଖାକୁ ନେଇ ସନ୍ଦେହ ବଢ଼ୁଛି । କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ମାମା’ । ୨୧ ଦିନ ହେଲା ହଷ୍ଟେଲକୁ ଆସିଥିଲେ । କଣ ହୋଇପାରେ କାରଣ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.