ଆଲିଶା ଫାଉଣ୍ଡେସନ ପକ୍ଷରୁ ନୂତନ ଚିନ୍ତାଧାରା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଲିଶା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଛି ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ । ଭାରତର ସ୍ୱାଧୀନତାର ପଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବର ମୁଖ୍ୟ ଚରଣଟି ଗୌରବଗାଥା ଓ ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି । ଏବେ ୭୬ ବର୍ଷ ରେ ପଦାର୍ପଣ କରି ପରବର୍ତ୍ତୀ ଶତାବ୍ଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି l ତେଣୁ ଆଗାମୀ ଶତାବ୍ଦୀ ବେଳକୁ ଆମକୁ ଶୃଙ୍ଖଳିତ ହେବା ପାଇଁ କିଛି ବ୍ୟକ୍ତି ବିଶେଷଙ୍କର ଅନୁଭୂତି, ଅଭିଳାଷା, ଅବଦାନ ଓ ଅଭିବ୍ୟକ୍ତି ରୁ ଅନେକ କିଛି ଶିଖିବାକୁ ମିଳିଲା । ଯେଉଁଥିରେ କି ପରିବର୍ତ୍ତମାନ ପରିସ୍ଥିତିରେ ଏକ ସୁସ୍ଥ, ସମଭାବାପନ୍ନ ଓ ସୁସଂହତ ସମାଜ ଏବଂ ଦେଶ ଗଢିବା ପାଇଁ ଆବଶ୍ୟକ ସଂକଳ୍ପ ନେବାକୁ ପଡିବ ବୋଲି ମନ୍ତବ୍ୟ ରଖିଥିଲେ ମାନ୍ୟଗଣ୍ୟ ବ୍ୟକ୍ତିମାନେ । ଏହି କାର୍ଯ୍ୟକ୍ରମରେ ରବି ଦାସ, ଗୀତିକାର ପ୍ରଣବ ପଟ୍ଟନାୟକ, ପୂର୍ବତନ ପ୍ରଶାସକ, ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ମାନବେନ୍ଦ୍ର ମିଶ୍ର ଆୟୋଜନ କରିଥିବା ବେଳେ ଅନୁଷ୍ଠାନ ର ପ୍ରତିଷ୍ଠାତ୍ରୀ ତଥା ଅଧ୍ୟାପିକା ଅନ୍ନଦା ପ୍ରଭା ରାୟ ସଭା ପରିଚାଳନା କରିଥିଲେ । ସମ୍ପାଦକ ସୁଜିତ ପଟ୍ଟନାୟକ, ସଦସ୍ୟ ଅଶୋକ କୁମାର ଦାସ, ପ୍ରଶାନ୍ତ ମହାପାତ୍ର, ଅତୁଲାଲ ପଟ୍ଟନାୟକ, ଶ୍ରୀମତୀ ଅମିତା ପଟ୍ଟନାୟକ, କୁମାରୀ ଜ୍ୟୋସ୍ନା ସିଂ ପ୍ରମୁଖ ସଦସ୍ୟ ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ତୁଲାଇ ଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.