ସୁରକ୍ଷିତରେ ଘରକୁ ଫେରିଲେ ଥାଇଲାଣ୍ଡରେ ଅଟକ ଥିବା ଓଡ଼ିଆ ପର୍ଯ୍ୟଟକ, ବୈଦେଶିକ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ଟ୍ଵିଟ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଫେରିଲେ ଥାଇଲାଣ୍ଡରେ ଅଟକ ପର୍ଯ୍ୟଟକ । ଅଟକ ଥିବା ୭ ଜଣ ଓଡ଼ିଆ ପର୍ଯ୍ୟଟକ ଥାଇଲାଣ୍ଡରୁ ଫେରି କୋଲକାତାରେ ପହଞ୍ଚିିଥିଲେ । ପରେ ସମସ୍ତେ ଘରକୁ ଫେରିଛନ୍ତି । ଏମାନେ ସମସ୍ତେ ସୁନ୍ଦରଗଡ଼ ଅଞ୍ଚଳର । ୩୩ ଜଣ ଭାରତୀୟ କାମ କରୁଥିବା କମ୍ପାନୀ ତରଫରୁ ଥାଇଲାଣ୍ଡ ଟୁର୍‌ରେ ଯାଇଥିଲେ ।

ସମସ୍ତ ପର୍ଯ୍ୟଟକଙ୍କ ପାଖରେ ପାସପୋର୍ଟ ଓ ଆବଶ୍ୟକ କାଗଜପତ୍ର ଥିଲା । ତେବେ ଏୟାରପୋର୍ଟରେ ପହଞ୍ଚିବା ପରେ ସମସ୍ତଙ୍କୁ ଅଟକାଯାଇଥିଲା । ବିମାନବନ୍ଦରରେ ସୁରକ୍ଷାକର୍ମୀଙ୍କ ଭାଷା ଏମାନେ ବୁଝି ପାରିନଥିଲେ । ସେହିପରି ଏମାନଙ୍କ ଭାଷା ସୁରକ୍ଷାକର୍ମୀ ବୁଝିପାରିନଥିଲେ । ଫଳରେ ସମସ୍ତ ପର୍ଯ୍ୟଟକଙ୍କୁ ଗତକାଲି ଅଟକ ରଖାଯାଇଥିଲା । ତେବେ ଆଜି ସମସ୍ତଙ୍କୁ ଛଡାଯାଇଥିଲା । ଘଟଣା ନେଇ ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାର ହସ୍ତକ୍ଷେପ ସହ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କୁ ସେ ଟ୍ଵିଟ କରି ଅନୁରୋଧ କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.