ପ୍ରଯୋଜନା ସଂସ୍ଥାର ସମସ୍ତ କର୍ମଚାରୀ ଫେରିଲେ ଭୁବନେଶ୍ୱର, ହେଲେ ବାବୁସାନ କେଉଁଠି ଅଛନ୍ତି? ଏବେବି ସସପେନ୍ସ

ଭୁବନେଶ୍ୱର(କେନ୍ୟୁଜ୍): ବାବୁସାନଙ୍କ ପତ୍ତା ମିଳୁନି । ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇନାହାନ୍ତି । ଏପରିକି ବାବୁସାନଙ୍କୁ ଯେଉଁ ହୋଟେଲରେ ରଖାଯାଇଥିବଲା ସେଠାରୁ ସେ ଚେକ୍‌ ଆଉଟ୍‌ କରିସାରିଛନ୍ତି । ବାବୁସାନ କେଉଁଠି ଅଛନ୍ତି, ଏବେବି ସସପେନ୍ସ । ରବିବାର ସଂଧ୍ୟାରେ ଶେଷ ଭିଡ଼ିଓ କରିଥିଲେ । ସେହି ଭିଡ଼ିଓରେ ପ୍ରକୃତି ତାଙ୍କର ଭଲ ବନ୍ଧୁ ଓ ବ୍ଲାକମେଲ ନୁହେଁ ବରଂ ସାହାଯ୍ୟ କରିଥିବା କଥା କହିଥିଲେ ।

ଅନ୍ୟପଟେ ପ୍ରଯୋଜନା ସଂସ୍ଥା ଭୁବନେଶ୍ୱର ଫେରିଛି । ପ୍ରଯୋଜନା ସଂସ୍ଥାର ସମସ୍ତ କର୍ମଚାରୀ ଭୁବନେଶ୍ୱର ଫେରିଛନ୍ତି । ହେଲେ ବାବୁସାନ ଫେରିନାହାନ୍ତି । ଚେନ୍ନାଇ କାର୍ଯ୍ୟକ୍ରମରେ ଯୋଗଦେଇନଥିଲେ ବାବୁସାନ । ବାବୁସାନ କୁଆଡେ ଯାଉଛନ୍ତି, ସେ ସମ୍ପର୍କରେ ଜାଣିନଥିବା କହିଛନ୍ତି ସହଯୋଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.