ନବରାତ୍ର ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ : ଆଜିଠାରୁ ଆରମ୍ଭ ହୋଇଛି ଷଷ୍ଠୀ ପୂଜା, ରୀତି ନୀତି ଅନୁସାରେ ଚାଲିିଛି ପୂଜାର୍ଚ୍ଚନା

(କେନ୍ୟୁଜ): ନବରାତ୍ର ପାଇଁ ଚଳଚଞ୍ଚଳ ମାଆ ସମଲେଇଙ୍କ ପୀଠ । ଆଜି ଷଷ୍ଠୀ ପୂଜା ଅବସରରେ କାତ୍ୟାୟାନୀ ରୂପରେ ପୂଜା ପାଉଛନ୍ତି ମା’ । ମହାଳୟା ଅମାବାସ୍ୟା ଠାରୁ କୁମାରୋତ୍ସବ ଯାଏ ମା’ଙ୍କ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ । ଦୂରଦୂରାନ୍ତରୁ ଶ୍ରଦ୍ଧାଳ ଆସି ମା’ଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରୁଛନ୍ତି । ତେବେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ହେବା ସହ ମା’ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ବାଙ୍କୀ ମା’ଚର୍ଚ୍ଚିକାଙ୍କ ଶକ୍ତିପୀଠ ଚଳଚଞ୍ଚଳ । ମା’ଙ୍କ ଷୋଡ଼ଷଦିନାତ୍ମକ ପୂଜାର ଆଜି ହେଉଛି ଆଜି ହେଉଛି ମହାସପ୍ତମୀ ପୂଜା । ସପ୍ତମୀ, ଅଷ୍ଟମୀ ଓ ବିଜୟା ଦଶମୀରେ ମା’ ଚର୍ଚ୍ଚିକା ଭିନ୍ନଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି । ଆଜି ମା ମହାଲଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମହା ସପ୍ତମୀରେ ମା’ଚର୍ଚ୍ଚିକାଙ୍କର ଏହି ଦୁର୍ଲଭ ବେଶ ଦେଖିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳ ଲାଗି ରହିଛି ।

ରାୟଗଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରରେ ମହା ଆଡମ୍ବରରେ ଚାଲିଛି ନବରାତ୍ର ପୂଜା । ଆଜି ଷଷ୍ଠୀ ପୂଜା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ରୀତିନୀତି ଅନୁସାରେ ପାଳନ ହେଉଛି ପୂଜା । ହୋମ, ଯଜ୍ଞ ସହିତ ଚାଲିଛି ଚଣ୍ଡୀପାଠ । ଏହି ୯ଦିନ ମଝିଘରିଆଣୀ ମା’ ସୁନାବେଶରେ ଦର୍ଶନ ଦିଅନ୍ତି ।

 

Leave A Reply

Your email address will not be published.