ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ, ୮ ଆହତ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଧାମନଗର ଥାନା ପଳିକିରୀ ଛକ ନିକଟରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟିପଡିଛି। ଫଳରେ ଏଥିରେ ଯାଉଥିବା ପ୍ରାୟ ୧୦ରୁ୧୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲକୁ ନେଇଥିବା ଜଣାପଡିଛି।

ସୂଚନା ଅନୁସାରେ ଧାମନଗର ଛକ ଏକ ଶିଶୁ ମନ୍ଦିର ରୁ ଛାତ୍ରଛାତ୍ରୀ ମାନେ ପାଠପଢ଼ା ସାରି ଏକ ଅଟୋରେ ଘରକୁ ଫେରୁଥିବା ବେଳେ ଧାମନଗର ମୁଖ୍ୟ ରାସ୍ତାର ପଳିକିରୀ ଛକ ନିକଟରେ ରାସ୍ତା କଡରେ ପଡିଥିବା ଇଟାକୁ ଧକ୍କା ଦେଇ ଅଟୋଟି ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଛାତ୍ରଛାତ୍ରୀ ଆହତ ଆହତ ହୋଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.